ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନଠାରୁ ରାଜ୍ୟର ଓମ୍ଫେଡ୍ ଦୁଗ୍ଧ ଚାଷୀ ଲିଟର ପିଛା ପାଇବେ ୩ ଟଙ୍କା ଅଧିକ।
ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ପାଇଁ ଖୁସି ଖବର । ଆଜିଠାରୁ ରାଜ୍ୟର ଓମ୍ଫେଡ୍ ଦୁଗ୍ଧ ଉତ୍ପାଦନକାରୀମାନଙ୍କୁ ଲିଟର ପିଛା ୩ ଟଙ୍କା ଲେଖାଏଁ ଅଧିକ ମିଳିବ । ଏଥିପାଇଁ ରାଜ୍ୟ ସରକାର କୃଷକମାନଙ୍କୁ ବାର୍ଷିକ ୪୦ ରୁ ୪୨ ଟି ଟଙ୍କା ପ୍ରଦାନ କରିବେ । ଏହାଦ୍ୱାରା ରାଜ୍ୟର ୨.୫୦ ଲକ୍ଷ ଚାଷୀ ଉପକୃତ ହେବେ । ଆଜି ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ-୨୦୨୫ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଏହା ସହିତ, ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ତାଙ୍କ ନିକଟ ସଂପର୍କୀୟଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓମ୍ଫେଡ୍ ର ବାଲ୍ଟି ଦହି, ଏ-2 କ୍ଷୀର, ଏ-2 ଘିଅର ଉଦଘାଟନ କରିଛନ୍ତି । ରାଜ୍ୟର ସଫଳ ପଶୁପାଳକଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା “ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ସମୃଦ୍ଧ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବାରେ ଭାରତରେ ପ୍ରଥମ ରାଜ୍ୟ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲାଗି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।