1st June 2026
ଓମ୍ଫେଡ୍ ଆରିଲୋ ପ୍ଲାଣ୍ଟରେ ବିଶ୍ୱ ଦୁଗ୍ଧ ଦିବସ ପାଳିତ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଓମ୍ଫେଡ୍ର ମିଳିତ ଉଦ୍ୟମରେ ବିଶ୍ଵ ଦୁଗ୍ଧ ଦିବସ ପାଳିତ। ଏହି ଉପଲକ୍ଷେ ଓମ୍ଫେଡ୍ ଅରିଲୋ ପ୍ଲାଣ୍ଟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଓମ୍ଫେଡ୍ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ପ୍ରମୁଖ ମଞ୍ଚାସୀନ ଥିଲେ।