ଓମ୍ଫେଡ୍କୁ ମିଳିଲା ଓଡିଶାର ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ ପୁରଷ୍କାର
ଭୁବନେଶ୍ୱର:ତା 09.10.2025 ରିଖ: ରାଜ୍ୟର ଦୁଗ୍ଧ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମବାୟ ସଂସ୍ଥା ଓମ୍ଫେଡ୍ କୁ ଓଟିଭି ବିଜିନେସ୍ ଆଓ୍ୱାର୍ଡ-2025 ପକ୍ଷରୁ ପୁରଷ୍କୃତ କରାଯାଇଛି । ଓଡିଶାର ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଓମ୍ଫେଡ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାର ଗୁଣାତ୍ମକମାନ ଯୋଗୁଁ, ଓଡିଶାର ଘରେ ଘରେ ପରିଚିତ ହୋଇପାରିଛି । ପ୍ରତିଦିନ ସକାଳୁ ଉଠିଲେ ଲକ୍ଷ ଲକ୍ଷ ଗ୍ରାହକ ଓମ୍ଫେଡ୍କୁ ହିଁ ଖୋଜିଥାନ୍ତି । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ସହ ହଜାର ହଜାର ବିତରକ ଓ ଖୁଚୁରା ବ୍ୟବସାୟୀଙ୍କୁ ରୋଜଗାରର ବାଟ ଦେଖାଇଛି । ଅର୍ଥାତ୍ ରାଜ୍ୟର ଆର୍ଥିକ ବିକାଶରେ ଓମ୍ଫେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ସେଥିପାଇଁ ଓମ୍ଫେଡ୍କୁ ଚୟନ କରାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ଜୁରୀଥିବା ବରିଷ୍ଠ ଚାର୍ଟାଜ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ, ପଦ୍ମଶ୍ରୀ ଡକ୍ଟର ପ୍ରଫେସର ଅଶୋକ ପଟ୍ଟନାୟକ ଓ ନାଲକୋର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦେଶକ ତପନ ଚାନ୍ଦଓମ୍ଫେଡ୍କୁ ବ୍ୟବସାୟୀକ ପ୍ରତିଷ୍ଠାନ ଭାବେ ଚୟନ କରିଥିଲେ । ଓମ୍ଫେଡ୍ ର ବିପଣନ ପରିବ୍ୟାପ୍ତି, ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି, ଉତ୍ପାଦ, ଗୁଣବତ୍ତା, କାରବାର ଇତ୍ୟାଦିକୁ ନେଇ ବିଚାର କରିଥିଲେ । ପରେ ଅନଲାଇନ୍ ଭୋଟିଂ ମଧ୍ୟ କରାଯାଇଥିଲା । ତେବେ ଭୋଟିଂରେ ମଧ୍ୟ ଓମ୍ଫେଡ୍ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା ।
ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓମ୍ଫେଡ୍ ର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ ଓ ମହାପ୍ରବନ୍ଧକ (ଅର୍ଥ) ଶ୍ରୀ ସୁରେଶ କୁମାର ଅଲଟିଆ, ମାନ୍ୟବର ଆଇନ, ଅବକାରୀ ଓ ଓ୍ୱାର୍କ୍ସ ମନ୍ତ୍ରୀ ଶ୍ରୀ ପୃଥ୍ୱିରାଜ ହରିଚନ୍ଦନ, ଓଟିଭିର ପରିଚାଳନା ନିର୍ଦେଶିକା ନିତିଶା ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ କୁମାର ସ୍ୱାଇଁଙ୍କଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ ।
ଏହି ସମ୍ମାନ ଓଡିଶାର ସମସ୍ତ ଓମ୍ଫେଡ୍ ଦୁଗ୍ଧଚାଷୀ, ଉପଭୋକ୍ତା ଓ କର୍ମଚାରୀଙ୍କର । ସେହିମାନଙ୍କର କଠିକ ପରିଶ୍ରମ ଓ ଦକ୍ଷତା ପାଇଁ ଓମ୍ଫେଡ୍ ଦୀର୍ଘ 45 ବର୍ଷ ହେଲା ତା’ର କାର୍ଯ୍ୟଧାରା ଜାରି ରିଖିଛି । ଆଗାମୀ ଦିନରେ ଏହି ପୁରଷ୍କାର ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ପୁରଷ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଓମ୍ଫେଡ୍ ର ସଭାପତି ଶ୍ରୀ ପ୍ରଧାନୀ ।