27th April 2025
ଭାରତ ସରକାରଙ୍କ ନିରୀକ୍ଷଣ ଦଳ ଅରିଲୋ ଡେରୀକୁ ଭ୍ରମଣ କଲେ
ଅରିଲୋ ଡେରୀ, ରାଜ୍ୟ କେନ୍ଦ୍ରୀୟ ପରୀକ୍ଷାଗାର ଏବଂ କଟକ ଦୁଗ୍ଧ ସଂଘର ଏନ. ପି. ଡି. ଡି. ପ୍ରକଳ୍ପ ଅନ୍ତର୍ଗତ ଦାମୋଦରପୁର ବି. ଏମ୍. ସି. (୨୦୦୦ ଏଲ. ପି. ଡି. କ୍ଷମତା) ପରିଦର୍ଶନ କରିଥିଲେ । ସେମାନେ କ୍ଷେତ୍ର ସ୍ତରୀୟ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ। ସେଠାରେ ଦୈନିକ ୮୫୦ ଲିଟର କ୍ଷୀରକୁ ଥଣ୍ଡା କରି ପ୍ରକ୍ରିୟାକରଣ ପାଇଁ ଅରିଲୋ ଡେରୀକୁ ପଠାଯାଏ।
ଏନ୍. ପି. ଡି. ଡି. ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଏହି ଟିମ୍ ସିଧାସଳଖ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକର ଦୁଗ୍ଧଚାଷୀଙ୍କୁ ଭେଟି ସେମାଙ୍କ ଭଲମନ୍ଦ ପଚାରି ବୁଝିବା ସହ ପ୍ରଶିକ୍ଷଣ, ପାଣ୍ଠିର ଉପଯୋଗ ଆଦି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।